ମାଛ ଧରିବା ବେଳେ ମିଳିଲା ନରକଙ୍କାଳ, ପୁଲିସର ତଦନ୍ତ ଜାରି | News Room Odisha

ମାଛ ଧରିବା ବେଳେ ମିଳିଲା ନରକଙ୍କାଳ, ପୁଲିସର ତଦନ୍ତ ଜାରି

ବରଗଡ଼: ସୋହେଲା ଥାନା ଅଧୀନ ଗର୍ଭଣା ଗ୍ରାମର ଭଙ୍ଗା କଟା ପୋଖରୀରେ ଆଜି ମତ୍ସଜୀବୀମାନେ ମାଛ ଧରୁଥିବା ବେଳେ ଏକ ବୁଦା ମୂଳରେ ନରକଙ୍କାଳ ପଡିଥିବାର ଦେଖିବାକୁ ପାଇଥିଲେ। ଏନେଇ ସେମାନେ ସୋହେଲା ଥାନା ପୋଲିସକୁ ଖବର ଦେଇଥିଲେ। ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କଙ୍କାଳ ଜବତ କରିଛି।

ଜବତ କଙ୍କାଳରେ ଏବେ ବି ମାଂସ ଲାଗି ରହିଛି। ମହିଳାମାନେ ବ୍ୟବହାର କରୁଥିବା ଅଙ୍ଗବସ୍ତ୍ର ମଧ୍ୟ କଙ୍କାଳରେ ଗୁଡ଼ାଇ ହୋଇରହି ଥିବାରୁ ଏହା ମହିଳାର ମୃତଦେହ ବୋଲି ଅନୁମାନ କରାଯାଉଛି। ଏହା ୪ରୁ ୫ ମାସ ତଳର କଙ୍କାଳ ହୋଇଥିବା ପୋଲିସ ଅନୁମାନ କରୁଛି । ଏନେଇ ସୋହେଲା ପୋଲିସ ଏକ ମାମଲା(ନଂ.୪/୨୦୨୨) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ କଙ୍କାଳର ନମୂନାକୁ ସଂଗ୍ରହ କରି ଡିଏନ୍‌ଏ ଟେଷ୍ଟ ପାଇଁ ପଠାଇବ ବୋଲି ସୂଚନା ମିଳିଛି।