ଭଞ୍ଜନଗର ଦୁର୍ଗାପ୍ରସାଦରେ ଓଲଟିଲା ବସ, ୬ ମୃତ, ୩୦ରୁ ଅଧିକ ଆହତ | News Room Odisha

ଭଞ୍ଜନଗର ଦୁର୍ଗାପ୍ରସାଦରେ ଓଲଟିଲା ବସ, ୬ ମୃତ, ୩୦ରୁ ଅଧିକ ଆହତ

ଭଞ୍ଜନଗର – ଭଞ୍ଜନଗର ଥାନା ଦୁର୍ଗାପ୍ରସାଦଠାରେ ଭାରସାମ୍ୟ ହରାଇ ଏକ ଟୁରିଷ୍ଟ ବସ ଓଲଟି ପଡିବାରୁ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଗାଡିର ବ୍ରେକ ପାଇପ ଫାଟିଯିବାରୁ ଭାରସାମ୍ୟ ହରାଇ ରାସ୍ତା କଡ଼ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ବସଟି ଓଲଟି ପଡିଥିଲା ।

ଖବର ପାଇ ଘଟଣା ସ୍ଥଳରେ ଭଞ୍ଜନଗର ପୋଲିସ ଓ ଅଗ୍ନିଶମ ବିଭାଗ ପହଂଚି ଏକ ହାଇଡ୍ରl ମେସିନ ସାହାଯ୍ୟରେ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି l ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ବସରେ ମୋଟ ୭୦ ଜଣ ଯାତ୍ରୀ ଥିଲେ । ୬ ମୃତକଙ୍କ ମଧ୍ୟରେ ୪ମହିଳା ଓ ୨ ପୁରୁଷ ଥିବା ସୂଚନା ମିଳିଛି ।

ଆହତମାନଙ୍କୁ ଚିକିତ୍ସା ନିମନ୍ତେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ଟୁରିଷ୍ଟ ବସରେ ଆସିଥିବା ସମସ୍ତେ ପଶ୍ଚିମବଙ୍ଗର ହାୱାଡା ଜିଲ୍ଲା ଉଦନପୁର ଥାନା ଅଂଚଳର ହୋଇଥିବା ସୂଚନା ମିଳିଛି । ଦାରିଙ୍ଗବାଡିରୁ କଳିଙ୍ଗାଘାଟି ଦେଇ ଆସିବା ବେଳେ ଦୁର୍ଗ୍ରାପ୍ରସାଦ ଠାରେ ମଧ୍ୟରାତ୍ରରେ ଘଟିଛି ଦୁର୍ଘଟଣା l