ଆଜି ଛତିଶା ନିଯୋଗ ବୈଠକ | News Room Odisha

ଆଜି ଛତିଶା ନିଯୋଗ ବୈଠକ

ପୁରୀ -ଆଜି ବସିବ ଛତିଶା ନିଯୋଗ ବୈଠକ । ସ୍ଥାନୀୟ ନୀଳାଦ୍ରି ଭକ୍ତ ନିବାସରେ ଦିନ ୧୨ଟାରେ ଏହି ବୈଠକ ବସିବ | ଦେବସ୍ନାନ ପୂର୍ଣ୍ଣିମା, ଚକାବିଜେ,ନବଯୌବନ ଦର୍ଶନ ସହ ଶ୍ରୀଗୁଣ୍ଡିଚା ଯାତ୍ରା,ସନ୍ଧ୍ୟା ଦର୍ଶନ,ବାହୁଡ଼ା ଯାତ୍ରା,ସୁନାବେଶ ଓ ନୀଳାଦ୍ରିବିଜେ ନୀତିରେ ଛତିଶା ନିଯୋଗ ମୋହର ମାରିବ । ଦୁଇବର୍ଷ ପରେ ରଥଯାତ୍ରାରେ ଭକ୍ତ ସାମିଲ ହେବାକୁ ଯାଉଥିବାରୁ କିଭଳି ନୀତି ଶୃଙ୍ଖଳିତ ହେବା ସହ ଯାତ୍ରା ମଧ୍ୟ ଶୃଙ୍ଖଳିତ ହେବ, ସେ ନେଇ ମଧ୍ୟ ବୈଠକରେ ଆଲୋଚନା କରାଯିବ | ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଜିଲ୍ଲାପାଳ, ଏସ୍ପି, ଶ୍ରୀମନ୍ଦିର ପ୍ରଶାସନିକ କର୍ମଚାରୀ ଓ ଛତିଶା ନିଯୋଗର ସମସ୍ତ ସଦସ୍ୟ ଯୋଗଦେବେ |