ରାଜ୍ୟରେ କମିଲା ବସ ଭଡା | News Room Odisha

ରାଜ୍ୟରେ କମିଲା ବସ ଭଡା

ଭୁବନେଶ୍ୱର – ରାଜ୍ୟରେ କମିଲା ବସ୍ ଭଡ଼ା । ତେଲ ଦର କମିବାରୁ ବସ୍ ଭଡ଼ା ହ୍ରାସ ପାଇଛି । ଅର୍ଡିନାରୀ ବସ୍ ଭଡ଼ା ୯୨ରୁ ୮୯ ପଇସାକୁ ହ୍ରାସ ପାଇଥିବା ବେଳେ ଏକ୍ସପ୍ରେସ ବସ ଭଡା ୯୬ରୁ ୯୩ ପଇସାକୁ କମିଛି । ଡିଲକ୍ସ ବସ ଭଡା ୧ ଟଙ୍କା ୩୫ ପଇସାରୁ ୧ ଟଙ୍କା ୨୯ ପଇସା ହୋଇଛି ।

ଏସି ଡିଲକ୍ସ ଭଡ଼ା ୧.୬୩ରୁ ୧.୫୭ ପଇସାକୁ ହ୍ରାସ ପାଇଛି ଓ ସୁପର ପ୍ରିମିୟମ ଭଡ଼ା ୨ ଟଙ୍କା ୫୩ରୁ ୨ ଟଙ୍କା ୪୪କୁ ଖସିଛି ।