ଭିଜିଲାନ୍ସ ହାତରେ ଧରାପଡିଲେ ବିଇଓ ଅଫିସର ଲାଞ୍ଚୁଆ କନିଷ୍ଠ କିରାଣୀ | News Room Odisha

ଭିଜିଲାନ୍ସ ହାତରେ ଧରାପଡିଲେ ବିଇଓ ଅଫିସର ଲାଞ୍ଚୁଆ କନିଷ୍ଠ କିରାଣୀ

କାମାକ୍ଷାନଗର – ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କାମାକ୍ଷାନଗର ବିଇଓ ଅଫିସର କନିଷ୍ଠ କିରାଣୀ ଜୀବନାନନ୍ଦ ଶତପଥୀ । ସ୍କୁଲ୍ ଏରିଅର୍ ବିଲ୍ ପାସ୍ କରାଇ ଦେବାକୁ କହି ପ୍ରଧାନଶିକ୍ଷକଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଥିଲା ଅନୁଗୁଳ ଭିଜିଲାନ୍ସ ଟିମ୍ । ଲାଞ୍ଚ ଟଙ୍କା ଜବତ ହେଲା ପରେ ଢେଙ୍କାନାଳ ଜିଲ୍ଲାରେ ତାଙ୍କର ଦୁଇଟି ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଅନୁମାନରେ ଏହି ଚଢାଉ ହୋଇଛି ।