ରାଷ୍ଟ୍ରପତି ନିର୍ବାଚନ ପାଇଁ ଠିକ୍ ସମୟରେ ନିଷ୍ପତ୍ତି : ବିଜେଡି ଉପସଭାପତି | News Room Odisha

ରାଷ୍ଟ୍ରପତି ନିର୍ବାଚନ ପାଇଁ ଠିକ୍ ସମୟରେ ନିଷ୍ପତ୍ତି : ବିଜେଡି ଉପସଭାପତି

ଭୁବନେଶ୍ୱର – ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ପାଇଁ ଠିକ୍ ସମୟରେ ବିଜେଡି ତା’ର ଆଭିମୁଖ୍ୟ ସ୍ପଷ୍ଟ କରିବା । ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ବୋଲି ଦଳର ଉପସଭାପତି ଶଶୀ ବେହେରା କହିଛନ୍ତି ।

ନିର୍ବାଚନ ପାଇଁ ବିଜେଡି ପାଖରେ ସଂଖ୍ୟା ଅଛି । ଯେଉଁ ପ୍ରାର୍ଥୀ ଆସିବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବେ। ମୁଖ୍ୟମନ୍ତ୍ରୀ ସଠିକ ସମୟରେ ନିଷ୍ପତି ନେବେ । ମୁଖ୍ୟମନ୍ତ୍ରୀଙ୍କ ଉପରେ ଓଡିଶାବାସୀଙ୍କ ଭରସା ରହିଛି ବୋଲି ସେ କହିଛନ୍ତି ।

ନବୀନ ସରକାରଙ୍କ ପଞ୍ଚମ ପାଳିରେ ତୃତୀୟ ବର୍ଷର ଉପଲବ୍ଧି ସଂପର୍କରେ ସେ କହିଛନ୍ତି ଯେ, ସ୍ୱାସ୍ଥ୍ୟ,ଶିକ୍ଷା ,ମହିଳା ସଶକ୍ତିକରଣ ସହ ବିପର୍ଯ୍ୟୟ ମୁକାବିଲା ପାଇଁ ନୂଆ ଟେକ୍ନୋଲୋଜି ବ୍ୟବହାର କରାଯାଇଛି। ଆଗାମୀ ବହୁବର୍ଷକୁ ଦୃଷ୍ଟିରେ ରଖି ସରକାର ପଦକ୍ଷେପ ନେଇଛନ୍ତି।