ନନ୍ଦନକାନନରେ ରାଜ୍ୟର ପ୍ରଥମ ମଲ୍ଟି ପାର୍କିଂ ସ୍ଥଳକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ | News Room Odisha

ନନ୍ଦନକାନନରେ ରାଜ୍ୟର ପ୍ରଥମ ମଲ୍ଟି ପାର୍କିଂ ସ୍ଥଳକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର-ନନ୍ଦନକାନନରେ ନିର୍ମିତ ଓଡିଶାର ପ୍ରଥମ ମଲ୍ଟି ପାର୍କିଙ୍ଗ ସ୍ଥଳ କୁ ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ । ଅପରାହ୍ନ ସାଢେ ୫ରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ୩୫ କୋଟି ୪୨ ଲକ୍ଷ ବ୍ୟୟରେ ନିର୍ମିତ ହୋଇଛି ୪ମହଲା ବିଶିଷ୍ଠ ମଲ୍ଟି ପାର୍କିଙ୍ଗ ସ୍ଥଳ । ୫ ହଜାର ୬୦୦ ବର୍ଗମିଟରରେ ନିର୍ମିତ ପାର୍କିଙ୍ଗ ସ୍ଥଳରେ ୫୮୩ଟି ଚାରିଚକିଆ ଓ ଚାରିପାଖରେ ୨ ହଜାର ଦୁଇଚକିଆ ଗାଡି ରଖିବାର ସୁବିଧା ପଯ୍ୟଟକ ପାଇପାରିବେ ।