ଧର୍ମଘଟ କରିବେ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ | News Room Odisha

ଧର୍ମଘଟ କରିବେ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ

ଭୁବନେଶ୍ୱର – ଆଜିଠୁ ଦୁଇ ଦିନ ଧର୍ମଘଟ କରିବେ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ୍। ଆଜି ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ପେଟ୍ରୋଲ ପମ୍ପ। ଆସନ୍ତାକାଲି ମଧ୍ୟ ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ। ସରକାର ଟାକ୍ସ କମାଇବା ଦ୍ୱାରା ପେଟ୍ରୋଲ ପମ୍ପ ଡିଲର୍ସମାନେ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହୁଛନ୍ତି। ଏଥିପାଇଁ ତୈଳ କମ୍ପାନୀମାନଙ୍କଠାରୁ କ୍ଷତିପୂରଣ ଦାବି କରିଛନ୍ତି। ଦାବିପୂରଣ ନ ହେଲେ ଆଗାମୀ ଦିନରେ ତୈଳ କମ୍ପାନୀ ବିରୋଧରେ ଆଇନର ସହାୟତା ନିଆଯିବ ବୋଲି କୁହାଯାଇଛି।

ଦୁଇ ଦିନ ଧରି ତୈଳ କମ୍ପାନୀମାନଙ୍କ ଠାରୁ କୌଣସି ସାମଗ୍ରୀ କିଣା ହେବ ନାହିଁ ବୋଲି ଡିଲର୍ସ ଆସୋସିଏସନ ପକ୍ଷରୁ କୁହାଯାଇଛି।