କୂଅରେ ପଡ଼ିଗଲା ହାତୀ ଛୁଆ | News Room Odisha

କୂଅରେ ପଡ଼ିଗଲା ହାତୀ ଛୁଆ

ଫୁଲବାଣୀ: ଗଞ୍ଜାମ-କନ୍ଧମାଳ ଜିଲ୍ଲା ସୀମାବର୍ତ୍ତୀ ରାଇକିଆ ବ୍ଲକ୍ ଜଙ୍ଗଲରେ ଅଘଟଣ। ହାତୀପଲରେ ବୁଲୁଥିବା ଏକ ଛୁଆ ହାତୀ ପଳାସପଲ୍ଲୀ ଗାଁ ନିକଟ ଜଙ୍ଗଲ ପାଖ ଏକ ପରିତ୍ୟକ୍ତ ଓ ଶୁଖିଲା ପଥର କୂଅ ମଧ୍ୟକୁ ଖସି ପଡ଼ିଛି। ଛୁଆ ହାତୀ ଠାରୁ କୂଅର ଗଭୀରତା ଅଧିକ ଥିବାରୁ ସେ ବାହାରି ପାରୁନି। କୂଅ ଭିତରେ ଫସି ରହି ଗର୍ଜନ କରୁଛି। ଅନ୍ୟ ହାତୀମାନେ କୂଅ ଠାରୁ କିଛି ଦୂର ଜଙ୍ଗଲ ମଧ୍ୟରେ ରହିଛନ୍ତି। କରଡ଼ା ରେଞ୍ଜ ବରବା ବନାଞ୍ଚଳରେ ଏହି ଘଟଣା ଗତକାଲି ମଧ୍ୟରାତ୍ରିରେ ଘଟିଛି। ତେଣେ ବନବିଭାଗ ହାତୀ ଛୁଆକୁ ଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ କରିଛି।