ଏବେ ଅଜମେର ଶରିଫ୍ ଦରଘାକୁ ନେଇ ବିବାଦ, କାନ୍ଥରେ ସ୍ଵସ୍ତିକ ଚିହ୍ନ ଥିବା ଦାବି | News Room Odisha

ଏବେ ଅଜମେର ଶରିଫ୍ ଦରଘାକୁ ନେଇ ବିବାଦ, କାନ୍ଥରେ ସ୍ଵସ୍ତିକ ଚିହ୍ନ ଥିବା ଦାବି

ଅଜମେର: ଏବେ ଅଜମେରର ପ୍ରସିଦ୍ଧ ମୋଇନୁଦ୍ଦିନ ଚିସ୍ତି ଦରଘାକୁ ନେଇ ବିବାଦ ଦେଖାଦେଇଛି । ଏଠାରେ ପ୍ରଥମେ ହିନ୍ଦୁ ମନ୍ଦିର ଥିଲା ବୋଲି ମହାରାଣା ପ୍ରତାପ ସେନା ନାମକ ଏକ ହିନ୍ଦୁ ସଂଗଠନ ଦାବି କରିଛି । ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ (ଏଏସ୍ଆଇ) ଦ୍ୱାରା ହଜରତ ମୋଇନୁଦ୍ଦିନ ଚିସ୍ତିର ଦରଘାର ସର୍ଭେ କରିବାକୁ ଦାବି କରିଛି ଏହି ସଂଗଠନ। ମହାରାଣା ପ୍ରତାପ ସେନାର ରାଜବର୍ଦ୍ଧନ ସିଂ ପରମାର କହିଛନ୍ତି ଯେ ଦରଘାର କାନ୍ଥ ଓ ଝରକାରେ ‘ସ୍ବସ୍ତିକ’ ଏବଂ ହିନ୍ଦୁ ଧର୍ମ ସହିତ ଜଡିତ ଅନ୍ୟଟି ଚିହ୍ନ ରହିଛି ।

ପରମାର କହିଛନ୍ତି ଯେ ଦରଘାର ସର୍ଭେ ଏଏସ୍ଆଇ ଦ୍ୱାରା କରାଯିବା ଉଚିତ୍। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ପରମାର କହିଛନ୍ତି ଯେ ଖ୍ୱାଜା ଗରିବ ନୱାଜଙ୍କ ଦରଘା ପ୍ରଥମେ ଏକ ପ୍ରାଚୀନ ମନ୍ଦିର ଥିଲା। ଏହାର କାନ୍ଥ ଏବଂ ଝରକାରେ ସ୍ଵସ୍ତିକ ପ୍ରତୀକ ଅଛି | ତେବେ ମହାରାଣା ପ୍ରତାପ ସେନାର ଏପରି ଦାବିକୁ ଦରଘା କମିଟି ପ୍ରତ୍ୟାଖ୍ୟାନ କରିଛି।