ଭାରସାମ୍ୟ ହରାଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ, ଜଣେ ଗୁରୁତର | News Room Odisha

ଭାରସାମ୍ୟ ହରାଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ, ଜଣେ ଗୁରୁତର

ବଲାଙ୍ଗୀର: ଖପ୍ରାଖୋଲ ଥାନା ଅନ୍ତର୍ଗତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାଯ୍ୟାଳୟ ସମ୍ମୁଖ ରାସ୍ତାରେ ଆଜି ଏକ ମାଲବାହି ମିନି ଟ୍ରକ ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି ।ଫଳରେ ଜଣେ ଗୁରୁତର ହୋଇଥିବା ଜଣାପଡିଛି l ଉକ୍ତ ଗାଡ଼ିଟି ରାୟପୁର ରୁ ପାଟଣାଗଡ଼କୁ ଆସୁଥିଲା ।ଦୁର୍ଘଟଣା ଗ୍ରସ୍ତ ହେବା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଞ୍ଚି ଚାଳକ ଓ ଅନ୍ୟଜଣଙ୍କୁ ଉଦ୍ଧାର କରି ପ୍ରଥମିକ ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ । ଗାଡି ଚାଳକ ଅବଦୁଲ ହନିଫ ଖାନ ସୁରକ୍ଷିତ ଥିବା ବେଳେ ଗାଡି ରେ ବସିଥିବା ଅଭିଷେକ ଶର୍ମା ଗୁରୁତର ହେବା ଫଳରେ ଖପ୍ରାଖୋଲ ଡାକ୍ତରଖାନାରେ ଚିକିତ୍ସା ପରେ ଉଚ୍ଚତର ଚିକିତ୍ସା ପାଇଁ ବାହାରକୁ ପଠା ଯାଇଛି । ଏନେଇ ଖପ୍ରାଖୋଲ ପୋଲିସ ଖବର ପାଇ ଦୁର୍ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।