ବ୍ରଜରାଜନଗର ଉପନିର୍ବାଚନ: ଆଜି ସରିବ ପ୍ରଚାର | News Room Odisha

ବ୍ରଜରାଜନଗର ଉପନିର୍ବାଚନ: ଆଜି ସରିବ ପ୍ରଚାର

ଭୁବନେଶ୍ୱର – ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ସଂଧ୍ୟାରେ ସରିବ ପ୍ରଚାର । ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ଦଳ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି । ରାଜ୍ୟର ତିନି ପ୍ରମୁଖ ଦଳର ନେତା ମାରାଥନ ପ୍ରଚାର କରି ଶେଷ ଦିନରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଅନ୍ତିମ ପ୍ରୟାସ କରିବେ । ରାଜ୍ୟର ତିନି ପ୍ରମୁଖ ଦଳ ଶେଷ ଦିନର ପ୍ରଚାରରେ ହେଭିୱେଟ ପ୍ରାର୍ଥୀଙ୍କ ସହ ଲୋକଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରିବେ ।

ବିଜୁ ଜନତା ଦଳ ପ୍ରାର୍ଥୀ ଅଳକା ମହାନ୍ତି, ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ରାଧାରାଣୀ ପଣ୍ଡା, କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କ ସମେତ ମୋଟ ୧୧ ଜଣ ପ୍ରାର୍ଥୀ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଆସନ୍ତା ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ ।

Brajarajnagar By-poll