ରାଜ୍ୟରେ ସମ୍ଭାବ୍ୟ ମଙ୍କିପକ୍ସ ନେଇ ସ୍ୱାସ୍ଥ୍ୟ ବିଭାଗର ସତର୍କତା | News Room Odisha

ରାଜ୍ୟରେ ସମ୍ଭାବ୍ୟ ମଙ୍କିପକ୍ସ ନେଇ ସ୍ୱାସ୍ଥ୍ୟ ବିଭାଗର ସତର୍କତା

ଭୁବନେଶ୍ୱର – ବିଶ୍ୱରେ ମଙ୍କିପକ୍ସ ଭାଇରସ ଚିନ୍ତା ବଢାଇଛି। ମଙ୍କିପକ୍ସ ଏବେ ୩୦ଟି ଦେଶରେ ବ୍ୟାପି ସାରିଲାଣି। ଭାରତରେ ମଧ୍ୟ ଏହି ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି । ଏ ଦିଗରେ ସଚେତନ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । କେମିତି ଚିହ୍ନିବା, ରୋଗୀ ଲକ୍ଷଣ କଣ ରହୁଛି, ଏହାର ସର୍ଭିଲାନ୍ସ କେମିତି ହେବ ତାହା ଉପରେ ନଜର ରହିଛି ବୋଲି ସେ କହିଛନ୍ତି । ଡାକ୍ତରମାନଙ୍କୁ ମଧ୍ୟ ଏନେଇ ସଚେତନ ରହିବାକୁ ନିର୍ଦେଶ ଦିଆଯାଇଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।