ବ୍ରଜରାଜନଗରର ଚୂଡାନ୍ତ ମତଦାନ ହାର 71.90 ପ୍ରତିଶତ | News Room Odisha

ବ୍ରଜରାଜନଗରର ଚୂଡାନ୍ତ ମତଦାନ ହାର 71.90 ପ୍ରତିଶତ

ଝାରସୁଗୁଡା: ବ୍ରଜରାଜନଗର ଉପ ନିର୍ବାଚନର ଚୂଡାନ୍ତ ମତଦାନ ହାର ପ୍ରକାଶ ପାଇଛି। ଆଜି ସନ୍ଧ୍ୟା ସାଢେ 7ଟା ସୁଦ୍ଧା ମତଦାନ ସରିବା ପରେ ଭୋଟ ହାର 71.90 ପ୍ରତିଶତ ରହିଥିବା ନେଇ ରିଟର୍ଣିଂ ଅଫିସର ତଥା ଉପଜିଲ୍ଲାପାଳ ପ୍ରେସ ବିବୃତିରେ ଜଣାଇଛନ୍ତି।

ବ୍ରଜାରାଜନଗର ଉପ ନିର୍ବାଚନ ପାଇଁ ଆଜି ମତଦାନ ଶାନ୍ତିପୂର୍ଣ ଭାବେ ସଂପୂର୍ଣ ହୋଇଛି। ତେବେ, ମତଦାନ ଶେଷ ହେବା ପରେ ସନ୍ଧ୍ୟା ସାଢେ 7ଟା ସୁଦ୍ଧା ଭୋଟ ହାର 71.90 ପ୍ରତିଶତ ରହିଥିବା ନେଇ ରିଟର୍ଣିଂ ଅଫିସର ତଥା ଉପଜିଲ୍ଲାପାଳ ପ୍ରେସ ବିବୃତିରେ ଜଣାଇଛନ୍ତି। ସେପଟେ, 5ଟା ସୁଦ୍ଧା 69 ପ୍ରତିଶତ ହୋଇଥିଲା। ମୋଟ ଭୋଟରଙ୍କ ସଂଖ୍ୟା 2 ଲକ୍ଷ 14 ହଜାର 878 ରହିଛି। ତେବେ, ଗତ 2019ରେ ମତଦାନ ହାର 77.9 ପ୍ରତିଶତ ରହିଥିଲା। ଉତ୍କଟ ଖରା ଯୋଗୁଁ ମତଦାନ ହ୍ରାସ ପାଇଥିବା ଅନୁମାନ କରାଯାଉଛି।