ଆଜିଠୁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ଖାତା ଦେଖା | News Room Odisha

ଆଜିଠୁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ଖାତା ଦେଖା

ଭୁବନେଶ୍ୱର- ଆଜିଠାରୁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ଆରମ୍ଭ ‌ହୋଇଛି । ଆଜିଠାରୁ ଜୁନ ୧୨ ତାରିଖ ପର୍ଯ୍ୟନ୍ତ ହେବ ଖାତାଦେଖା ହେବ ।

ପ୍ରଥମ ପର୍ଯ୍ୟାୟରେ କଳା, ବାଣିଜ୍ୟ ଓ ବିଜ୍ଞାନର ୫ଟି ବିଷୟର ଖାତା ଦେଖା ଆରମ୍ଭ ହେବ । ଦ୍ଵିତୀୟ ପର୍ଯ୍ୟାୟ ଖାତାଦେଖା ଜୁନ ୧୩ରୁ ଆରମ୍ଭ ହେବ । ରାଜ୍ୟରେ ମୋଟ ୧୦୧ ମୂଲ୍ୟାଙ୍କନ କେନ୍ଦ୍ରରେ ହେବ ଖାତାଦେଖା ।

ଏପ୍ରିଲ ୨୮ରୁ ଆରମ୍ଭ ହୋଇଥିବା ଯୁକ୍ତ ୨ ପରୀକ୍ଷା ଜୁନ ୪ ତାରିଖରେ ସରିବ । ହେଲେ ଏହା ପୂର୍ବରୁ ଜୁନ ୨ ତାରିଖରୁ ଖାତା ଦେଖା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଥିଲେ।

ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଆଜିଠୁ ଆରମ୍ଭ ହୋଇ ୧୨ ତାରିଖ ତାରିଖ ପର୍ଯ୍ୟନ୍ତ ଚାଲିବ । ଜୁନ ୧୩ରୁ ୨୨ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଖାତାଦେଖା ହେବ । ଜୁଲାଇ ପ୍ରଥମ ସପ୍ତାହରେ ରେଜଲ୍ଟ ପ୍ରକାଶ ପାଇପାରେ । ଜୁନ୍ ୪ରେ ଖାତା ଦେଖା ବନ୍ଦ ରହିବ ବୋଲି ସିଏଚସିଇ ପକ୍ଷରୁ ସୂଚନା ଦିଆଯାଇଛି।