ସ୍ଵାଭିମାନ ଅଞ୍ଚଳକୁ ଡିଜିପି ସୁନୀଲଙ୍କ ଗସ୍ତ : ୫୦ ମିଲିସିଆ ଓ ମାଓ ସମର୍ଥକଙ୍କ ଆତ୍ମସମର୍ପଣ | News Room Odisha

ସ୍ଵାଭିମାନ ଅଞ୍ଚଳକୁ ଡିଜିପି ସୁନୀଲଙ୍କ ଗସ୍ତ : ୫୦ ମିଲିସିଆ ଓ ମାଓ ସମର୍ଥକଙ୍କ ଆତ୍ମସମର୍ପଣ

ମାଲକାନଗିରି – ଡିଜିପି ସୁନୀଲ ବଂସଲଙ୍କ ସ୍ୱାଭିମାନ ଅଂଚଳକୁ ଗସ୍ତରେ ଦୁଇ ମହିଳାଙ୍କ ସହ ୫୦ ମିଲିସିଆ ଓ ମାଓ ସମର୍ଥକ ଆଜି ଆତ୍ମସମର୍ପଣ କରିଛନ୍ତି ।

ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀରେ ନୂଆ ବିଏସଏଫ କ୍ୟାମ୍ପ କାମ ଜାରି ରହିଛି । ଡିଜିପି ସଂପୃକ୍ତ କ୍ୟାମ୍ପ ପରିଦର୍ଶନ କରିଛନ୍ତି । ସେ ମାଥିଲି ନୂଆ ଥାନାର ମଧ୍ୟ ଉଦଘାଟନ କରିଛନ୍ତି । ଏହି ଗସ୍ତରେ ଡିଜିଙ୍କ ସହ ବିଏସଏଫ ଡିଜି ସତୀଶ ଚନ୍ଦ୍ର ବୁଡାକୋଟି, ଡ଼ିଆଇଜି ରାଜେଶ ପଣ୍ଡିତ, ମାଲକାନଗିରି ଏସପିଙ୍କ
ସହ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।