ବ୍ରଜରାଜନଗର ଉପନିର୍ବାଚନ ଗଣତି ପାଇଁ ବ୍ୟାପକ ବ୍ୟବସ୍ଥା, କଡ଼ା ସୁରକ୍ଷା | News Room Odisha

ବ୍ରଜରାଜନଗର ଉପନିର୍ବାଚନ ଗଣତି ପାଇଁ ବ୍ୟାପକ ବ୍ୟବସ୍ଥା, କଡ଼ା ସୁରକ୍ଷା

ବ୍ରଜରାଜନଗର – ବ୍ରଜରାଜନଗର ଉପନିର୍ବାଚନର ଭୋଟ ଗଣତି ଆସନ୍ତାକାଲି ସକାଳ ୮ଟାରୁ ଆରମ୍ଭ ହେବ । ଝାରସୁଗୁଡା ଇଂଜିନିୟରିଂ କଲେଜରେ ହେବ ଭୋଟ ଗଣତି।

ପ୍ରଥମେ ଅଧଘଣ୍ଟା ପୋଷ୍ଟାଲ ବାଲଟପେପର ଗଣତି ହେବ । ପରେ ଇଭିଏମ ଗଣତି କରାଯିବ ବୋଲି ହେବ ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି । ୧୪ଟି ଟେବୁଲରେ ଗଣତି କରାଯିବ । 279 ବୁଥ ଥୁବାରୁ ୨୯ ରାଉଣ୍ଡ ଗଣତି ହେବ । ପ୍ରତି ଟେବୁଲରେ ୪ ଜଣ କାଉଣ୍ଟିଂ ଅଫିସର ରହିବେ । ପ୍ରତି ରାଉଣ୍ଡ ପରେ ଫଳାଫଳ ମାଇକଯୋଗେ ଘୋଷଣା କରାଯିବ । ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭୋଟ ଗଣତି କେନ୍ଦ୍ରରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ, ସଶସ୍ତ୍ର ପୋଲିସ ବାହିନୀ ସହ ଓଡ଼ିଶା ପୋଲିସର ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।