ଆଉ କିଛି ସମୟ ପରେ ବ୍ରଜରାଜନଗର ଭୋଟ ଗଣତି | News Room Odisha

ଆଉ କିଛି ସମୟ ପରେ ବ୍ରଜରାଜନଗର ଭୋଟ ଗଣତି

ବ୍ରଜରାଜନଗର – ଆଜି ବ୍ରଜରାଜନଗର ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ଭୋଟ ଗଣତି । ଝାରସୁଗୁଡ଼ା ଇଞ୍ଜିନିୟରିଂ କଲେଜରେ ଭୋଟ ଗଣତି କଡ଼ା ସୁରକ୍ଷା ମଧ୍ୟରେ ହେବ । ଏ ନେଇ ଝାରସୁଗୁଡା ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତତି କରିଛି।ବ୍ରଜରାଜନଗରରେ ମୋଟ ୨୭୯ ଟି ବୁଥରେ ଭୋଟ ଗ୍ରହଣ ହୋଇଥିବା ବେଳେ ମୋଟ ୨୦ ଟି ରାଉଣ୍ଡରେ ଗଣତି ହେବ । ଗୋଟିଏ ରାଉଣ୍ଡରେ ୧୪ ଟି ବୁଥର ଗଣତି ହେବ । ପ୍ରଥମେ ପୋଷ୍ଟାଲ ବାଲଟର ଗଣତି କରାଯିବ । ଏହାପରେ ଇଭିଏମ ଭୋଟ ଗଣତି ଆରମ୍ଭ ହେବ । ଏଥର ମତଦାନ ହାର ୭୧ ପ୍ରତିଶତ ରହିଛି ।

ଭୋଟଗଣତି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗୋଟିଏ ପ୍ଲାଟୁନ ସିଆରପିଏଫ ସହ ଓଡିଶା ପୋଲିସର ପାଂଚ ପ୍ଲାଟୁନ ମୁତୟନ ହୋଇଛନ୍ତି ।

୨ ଜଣ ଅତିରିକ୍ତ ଏସପି,୪ ଜଣ ଡି ଏସପି ଏବଂ ୫ ଜଣ ଇନ୍ସପେକ୍ଟରଙ୍କ ସମେତ ୨୫ ଅଧିକାରୀ ସୁରକ୍ଷା ଦାୟିତ୍ବରେ ରହିବେ ବୋଲି ଝାରସୁଗୁଡା ଏସପି ସୂଚନା ଦେଇଛନ୍ତି ।