ଅଳକାଙ୍କ ଅଗ୍ରଣୀ ଜାରି | News Room Odisha

ଅଳକାଙ୍କ ଅଗ୍ରଣୀ ଜାରି

ବ୍ରଜରାଜନଗର – ଉପନିର୍ବାଚନର ଭୋଟ ଗଣତି ଜାରି ରହିଛି । ଚତୁର୍ଥ ରାଉଣ୍ଡରେ ମଧ୍ୟ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ଆଗରେ ରହିଛନ୍ତି । ଚତୁର୍ଥ ରାଉଣ୍ଡ ଟ୍ରେଣ୍ଡ ଅନୁସାରେ, ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ୪୭୮୭, କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୮୮୩ ଓ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ୧୩୭୧ ଖଣ୍ଡ ଭୋଟ ମିଳିଛି । ପାଖାପାଖି ୧୫ହଜାର ୬୦୮ ଭୋଟରେ ସେ ଆଗରେ ରହିଛନ୍ତି । ଅଳକାଙ୍କୁ ଚତୁର୍ଥ ରାଉଣ୍ଡ ସୁଦ୍ଧା ୨୦,୮୨୯ ଭୋଟ୍ ମିଳିଛି । ସେହିପରି ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ୫ହଜାର ୨୧୨ ଭୋଟ୍ ମିଳିଛି । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୩ହଜାର ୫୬୦ ଭୋଟ୍ ମିଳିଛି ।