ଦୁଇ ନିଯୋଗଙ୍କ ମଧ୍ୟରେ ବିବାଦ, ମହାପ୍ରଭୁଙ୍କ ଶୀତଳଷଷ୍ଠୀ ଯାତ୍ରା ପ୍ରଭାବିତ ହେବା ଆଶଙ୍କା | News Room Odisha

ଦୁଇ ନିଯୋଗଙ୍କ ମଧ୍ୟରେ ବିବାଦ, ମହାପ୍ରଭୁଙ୍କ ଶୀତଳଷଷ୍ଠୀ ଯାତ୍ରା ପ୍ରଭାବିତ ହେବା ଆଶଙ୍କା

ଭୁବନେଶ୍ୱର – ଶ୍ରୀଲିଙ୍ଗରାଜ ମନ୍ଦିରରେ ଅଚଳାବସ୍ଥା ଜାରି।
ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ନିଜ ନିଜ ଜିଦରେ ଅଟଳ ରହିଥିବାର ମହାପ୍ରଭୁଙ୍କ ମଙ୍ଗଳ ଆଳତି ହୋଇପାରି ନାହିଁ । ଏଥିଯୋଗୁଁ ଆସନ୍ତାକାଲି ଶୀତଳଷଷ୍ଠୀ, ଦେଵ ଦମ୍ପତ୍ତିଙ୍କ ବିବାହ କାର୍ଯ୍ୟ ନେଇ ଅନିଶ୍ଚିତତା ଲାଗିରହିଛି ।

ମନ୍ଦିର ଟ୍ରଷ୍ଟ ଓ ପ୍ରଶାସନ ସହିତ ନିଯୋଗ କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ସତ୍ତ୍ୱେ ବାହାରି ପାରିନାହିଁ ନିଷ୍କର୍ସ । ଆଜି ପୁଣି ଦୁଇ ନିଯୋଗ କର୍ମକର୍ତ୍ତାଙ୍କ ସହ ଅତିରିକ୍ତ ଜିଲ୍ଲାପାଳଙ୍କ ମଧ୍ୟରେ ଆଲୋଚନା ହେବା ସମ୍ଭାବନା ରହିଛି । ନିଯୋଗ କର୍ମକର୍ତାଙ୍କୁ ବୁଝାଇବାକୁ ଉଦ୍ୟମ ଜାରି ରହିଛି ।ଆଲୋଚନାରୁ କିଛି ନିଷ୍କର୍ଷ ବାହାରିବା ନେଇ ଉଭୟ ପକ୍ଷ ଆଶାବାଦୀ ଅଛନ୍ତି । ସମାଧାନର ବାଟ ନବହାରିଲେ ଚଳିତ ବର୍ଷ ଶୀତଳଷଷ୍ଠୀ ବନ୍ଦ ହେବା ଆଶଙ୍କା ରହିଛି ।