ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତି, ଆଜି କିଛି ଜିଲ୍ଲାରେ କାଳବୈଶାଖୀ | News Room Odisha

ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତି, ଆଜି କିଛି ଜିଲ୍ଲାରେ କାଳବୈଶାଖୀ

ଭୁବନେଶ୍ୱର -ଅସହ୍ୟ ହେଉଛି ତାତି । ବିଶେଷ କରି ପଶ୍ଚିମ ଓଡ଼ିଶାରେ ଅନୁଭୂତ ହେଉଛି ଅସହ୍ୟ ତାତି । ଗତକାଲି ପଶ୍ଚିମ ଓଡ଼ିଶାରେ ତାତି ସବୁ ରେକର୍ଡ ଭାଙ୍ଗିଛି । ଟିଟିଲାଗଡ଼ରେ ସର୍ବୋଚ୍ଚ ତାପାମାତ୍ରା ୪୫ ଡିଗ୍ରୀ ରେକର୍ଡ କରାଯାଇଥିଲା । ୬ ସହରର ତାପାମତ୍ରା ୪୪ ଡିଗ୍ରୀ ଉପରେ ରହିଥିଲା । ବଲାଙ୍ଗୀରରେ ୪୪ ଦଶମିକ ୯, ବୌଦ୍ଧରେ ୪୪ ଦଶମିକ ୫, ସମ୍ବଲପୁରରେ ୪୪ ଦଶମିକ ୪, ସୋନପୁରରେ ୪୪ ଦଶମିକ ୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଅନ୍ୟପଟେ ଆଜିଠାରୁ ୪ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଅଞ୍ଚଳରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆଜି କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ମୟୂରଭଞ୍ଜ ଓ ବାଲେଶ୍ୱର ଆଦି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ ।