ଆଜିଠୁ ୧୬ ଯାଏଁ ସ୍କୁଲ ଖରାଛୁଟି | News Room Odisha

ଆଜିଠୁ ୧୬ ଯାଏଁ ସ୍କୁଲ ଖରାଛୁଟି

ଭୁବନେଶ୍ୱର – ଆଜିଠାରୁ ଜୁନ ୧୬ ତାରିଖ ଯାଏଁ ସମସ୍ତ ସ୍କୁଲ ଛୁଟି ରହିବ । ଖରାଛୁଟି ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପୂର୍ବରୁ ଘୋଷଣା କରିଥିଲା। ରାଜ୍ୟର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ଆଜିଠାରୁ ବନ୍ଦ ରହିବ। ଲଗାତାର ଦୁଇବର୍ଷ ହେବ କରୋନା ପାଇଁ ପାଠପଢା ସଂପୂର୍ଣ୍ଣ ପ୍ରଭାବିତ ହୋଇଥିବାରୁ ଚଳିତ ବର୍ଷ ଖରାଛୁଟି କାଣ୍ଟଛାଣ୍ଟ କରାଯାଇଛି। ତେଣୁ ଆଜିଠାରୁ ମାତ୍ର ୧୦ ଦିନ ହିଁ ଛାତ୍ରଛାତ୍ରୀଙ୍କୁ ଖରାଛୁଟି ମିଳିବ। ପୂର୍ବରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ କ୍ଳାସ ହୋଇଥିଲା। ସକାଳ ୬ଟାରୁ ଦିନ ୯ଟା ପର୍ଯ୍ୟନ୍ତ ପିଲାମାନେ କ୍ଳାସ କରୁଥିଲେ। ପାଠପଢା ପ୍ରଭାବିତ ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଲର୍ଣ୍ଣିଂଙ୍ଗ୍ ରିକଭରୀ ପ୍ଲାନ ଗ୍ରହଣ କରିଛି ଗଣଶିକ୍ଷା ବିଭାଗ।