ଜୁନ ୮ ତାରିଖରୁ କଟକର ଆଉ ୪ଟି ନୂଆ ରୁଟରେ ମୋ ବସ଼ ସେବା | News Room Odisha

ଜୁନ ୮ ତାରିଖରୁ କଟକର ଆଉ ୪ଟି ନୂଆ ରୁଟରେ ମୋ ବସ଼ ସେବା

ଭୁବନେଶ୍ବର – କଟକରେ ଆଉ ୪ଟି ନୂଆ ରୁଟ୍‌ରେ ୩୦ଟି ମୋ ବସ୍‌ ଚାଲିବ। ପୁରୁଣା ବସ୍‌କୁ ମରାମତି କରି ଆଧୁନିକ ସୁବିଧା ସହିତ ଏହି ବସ୍‌ଗୁଡ଼ିକୁ ଚଳାଇବା ପାଇଁ ଯୋଜନା କରିଛି କ୍ରୁଟ୍‌(କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ)। ବିଜୁ ପଟ୍ଟନାୟକ ଛକରୁ ଚାରବାଟିଆ, ବାରବାଟୀ ଷ୍ଟାଡିୟମ୍‌ରୁ ସାଲେପୁର, ଭୁବନେଶ୍ବର ରେଳଷ୍ଟେସନ୍‌ରୁ ଏସ୍‌ସିବି ମେଡିକାଲ, ଧବଳେଶ୍ବରରୁ କନ୍ଦରପୁର ପର୍ଯ୍ୟନ୍ତ ଏଭଳି ୪ଟି ନୂଆ ରୁଟ୍ ପ୍ରସ୍ତୁତ କରାଯାଇଛି। ଏହି ସାଧାରଣ ବସ୍‌ ସେବା ଜୁନ୍ ୮ ତାରିଖ ଠାରୁ ଆରମ୍ଭ ହେବ ବୋଲି କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ସିଂ କହିଛନ୍ତି। ସମସ୍ତ ରୁଟ୍‌ରେ ବସ୍‌ଗୁଡ଼ିକ ‘ମୋ ବସ୍’ କଟକ ଟର୍ମିନାଲରୁ ବାହାରି ସ୍ଥିର କରାଯାଇଥିବା ରୁଟ୍ ଦେଇ ଯିବ ବୋଲି କ୍ରୁଟ୍ ଜେନେରାଲ ମ୍ୟାନେଜର ଦୀପ୍ତି ମହାପାତ୍ର କହିଛନ୍ତି।