ଲାଞ୍ଚ ନେବାବେଳେ ଭିଜିଲାନସ ହାତରେ ଧରାପଡିଲେ ଏଏସଆଇ | News Room Odisha

ଲାଞ୍ଚ ନେବାବେଳେ ଭିଜିଲାନସ ହାତରେ ଧରାପଡିଲେ ଏଏସଆଇ

ଖଲିକୋଟ – ଲାଞ୍ଚ ନେଉଥିବା ବେଳେ ଜଣେ ପୋଲିସ ବାବୁଙ୍କୁ ଧରିଛି ଭିଜିଲାନ୍ସ। ପୋଲିସ ବାବୁ ଜଣକ ହେଲେ ଖଲ୍ଲିକୋଟ ଥାନା ଭେଜିପୁଟ ଫାଣ୍ଡିର ଏଏସଆଇ ମାନସ କୁମାର ରାଉତ। ମାନସ ଏକ ମାମଲା ରୁଜୁ କରିବା ପାଇଁ ଏତଲାକାରୀଙ୍କ ଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ପୂର୍ବ ଅଭିଯୋଗ ମୁତାବକ ଛକି ରହିଥିବା ଭିଜିଲାନ୍ସ ଘଟଣାସ୍ଥଳରେ ଚଢ଼ାଉ କରି ଟଙ୍କା ସହ ଏହି ତାଙ୍କୁ ଗିରଫ କରିଛି। ଫାଣ୍ଡି ନିକଟରେ ଥିବା ଏକ ପାନ ଦୋକାନ ନିକଟରେ ଲାଞ୍ଚୁଆ ପୋଲିସ ବାବୁଜଣଙ୍କ ମାମଲା ରୁଜୁ କରିବା ନିମନ୍ତେ ଲାଞ୍ଚ ନେଉଥିଲେ। ଏତଲାକାରୀଙ୍କୁ ଏହି ପୋଲିସ ବାବୁ ଲାଞ୍ଚ ଦେଲେ ମାମଲା ରୁଜୁ କରିବେ ବୋଲି କହିଥିଲେ। ଯାହା ପରେ ଏତଲାକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।