ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସମ୍ବଲପୁରର ୪ ବର୍ଷର ପୁଅ ଆସ୍ତିକ | News Room Odisha

ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସମ୍ବଲପୁରର ୪ ବର୍ଷର ପୁଅ ଆସ୍ତିକ

ସମ୍ବଲପୁର: ମାତ୍ର ୪ ବର୍ଷ ୧ ମାସର ପୁଅ ସାଧାରଣ ଜ୍ଞାନରେ ନିଜର ପାରଦର୍ଶିତା ଦେଖାଇ ସର୍ବ ଭାରତୀୟ ସ୍ତର ରେ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇ ସମ୍ବଲପୁର ର ଗୌରବ ଆଣିଛନ୍ତି ।ସର୍ବ ଭାରତୀୟ ସ୍ତରରେ ହୋଇଥିବା ବ୍ଲାଇଣ୍ଡ ଫ୍ଲେଡେଡ୍ ସ୍ତରୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଭାଗ ନେଇ ୧ ମିନିଟରେ ୪୬ ଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇ ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ତାଲବ ଗ୍ରାମର ଆସ୍ତିକ ପ୍ରଧାନ। ଏଥିପାଇଁ ଇଣ୍ଡିଆ ବୁକ୍ ଅଫ ରେକର୍ଡ ପକ୍ଷରୁ ଆସ୍ତିକଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯିବା ସହିତ ସମ୍ମାନିତ କରାଯାଇଛି । ଏହାକୁ ସମଗ୍ର ଜିଲ୍ଳା ଓ ଜିଲ୍ଲା ବାହାରୁ ଆସ୍ତିକଙ୍କ ପରିବାରକୁ ଅଭିନନ୍ଦନର ସୁଅ ଛୁଟିଛି । ଆସ୍ତିକ ସହରାଞ୍ଚଳ ୟୁଏମଏଚୟୁ ଫାର୍ମାସିଷ୍ଟ ସଞ୍ଜିବ କୁମାର ପ୍ରାଧାନ ଓ ବୈଶାଳୀ ପ୍ରଧାନଙ୍କୁ ପୁଅ ଅଟନ୍ତି । ଆସ୍ତିକ ଏହି ସଫଳତା ପାଇବା ପରେ ତାଙ୍କ ପାଇଁ ଏହା ଆଶିର୍ବାଦ। ଆଗାମୀ ଦିନରେ ସମ୍ବଲପୁର ଓ ଓଡିଶାର ଗୌରବ ଓ ଗାରିମା ପାଇଁ ଅଧିକ କିଛି କରିବାକୁ ତାଙ୍କୁ ଏହା ପ୍ରୋତ୍ସାହିତ କରିଛି ବୋଲି ଆସ୍ତିକ କହିଛନ୍ତି ।