ଖେଲୋ ଇଣ୍ଡିଆ ଭାରୋତ୍ତୋଳନରେ ଓଡ଼ିଶାକୁ ରୈପ୍ୟ ପଦକ | News Room Odisha

ଖେଲୋ ଇଣ୍ଡିଆ ଭାରୋତ୍ତୋଳନରେ ଓଡ଼ିଶାକୁ ରୈପ୍ୟ ପଦକ

ଭୁବନେଶ୍ୱର: ହରିଆଣାର ପଞ୍ଚକୁଲା ଠାରେ ଆୟୋଜିତ ୩ୟ ଖେଲୋ ଇଣ୍ଡିଆ ଜାତୀୟ କ୍ରୀଡ଼ାରେ ଓଡ଼ିଶାକୁ ମିଳିଛି ଆଉ ଏକ ପଦକ। ପୁନିତ ଚନ୍ଦ୍ର ସାହୁ ଆଜି ଭାରୋତ୍ତୋଳନ ପ୍ରତିଯୋଗିତାରେ ରୈପ୍ୟ ପଦକ ଜିତିଛନ୍ତି। ସେ ସ୍ନାଚ୍ ଇଭେଣ୍ଟରେ ୧୧୫ କେଜି, କ୍ଲିନ୍ ଆଣ୍ଡ୍ ଜର୍କ ଇଭେଣ୍ଟରେ ୧୬୩ କେଜି ତଥା ମୋଟରେ ୨୭୮ କେଜି ଭାରୋତ୍ତୋଳନ କରି ନିଜ ବର୍ଗରେ ଦ୍ବିତୀୟ ସ୍ଥାନ ହାସଲ କରିଛନ୍ତି। ଏହା ହେଉଛି ପୁରୁଷ ବିଭାଗ ଭାରୋତ୍ତୋଳନରେ ଓଡ଼ିଶାକୁ ଦ୍ବିତୀୟ ପଦକ। ପୂର୍ବରୁ ୧୮ ବର୍ଷରୁ କମ୍ ବର୍ଗରେ କୁଳଦୀପ ସାହୁ ୨୬୯ କେଜି ଭାରୋତ୍ତୋଳନ କରି ସ୍ଵର୍ଣ୍ଣ ପଦକ ଜିତିଥିଲେ। ଏହି ପ୍ରତିଯୋଗିତାରେ ଆମ ରାଜ୍ୟର ପ୍ରତିନିଧିତ୍ବ କରୁଥିବା ସମସ୍ତ ପଦକ ବିଜେତା ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ଉଭୟ ଭାରୋତ୍ତୋଳକଙ୍କୁ ଓଡ଼ିଶା ଭାରୋତ୍ତୋଳନ ସଂଘ ତରଫରୁ ଅଭିନନ୍ଦନ ଜଣାଯାଇଛି।