ପଶ୍ଚିମରେ ଆଉ ଦୁଇ ତିନି ଦିନ ଗ୍ରୀଷ୍ମ ପ୍ରବାହ, ଉପକୂଳରେ ଅସ‌‌ହ୍ୟ ଗୁଳୁଗୁଳି | News Room Odisha

ପଶ୍ଚିମରେ ଆଉ ଦୁଇ ତିନି ଦିନ ଗ୍ରୀଷ୍ମ ପ୍ରବାହ, ଉପକୂଳରେ ଅସ‌‌ହ୍ୟ ଗୁଳୁଗୁଳି

ଭୁବନେଶ୍ୱର – ପଶ୍ଚିମ ଓଡ଼ିଶାର ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ । ସେପଟେ ଉପକୂଳରେ ଅସହ୍ୟ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ୬୦ ପ୍ରତିଶତରୁ ଅଧିକ ଆର୍ଦ୍ରତାରେ ଜନଜୀବନ ପ୍ରଭାବିତ ହୋଇଛି ।ଉଚ୍ଚ ଆର୍ଦ୍ରତା ସତ୍ତ୍ୱେ ବାୟୁମଣ୍ଡଳର ସ୍ଥିରତା ପାଇଁ କମୁଛି କାଳବୈଶାଖୀ ବର୍ଷା ।
ବାୟୁମଣ୍ଡଳର ଉପରିଭାଗରେ ଉତ୍ତର-ପଶ୍ଚିମଦିଗରୁ ଶୁଷ୍କ ପବନ ବହୁଛି । ଏହାର ପ୍ରଭାବରେ ପଶ୍ଚିମ ଓଡିଶାର ୭ଟି ସହରରେ ପାରଦ ୪୪ଡ଼ିଗ୍ରୀ ଉପରେ ରହିଛି ।

ଏହି ଉତ୍ତପ୍ତ ବାୟୁର ପ୍ରଭାବ ପଶ୍ଚିମ ଓଡ଼ିଶାରେ ଆଗାମୀ ୨-୩ ଦିନ ରହିବା ସମ୍ଭାବନା ଅଛି । ଆଗାମୀ ୨୪ଘଣ୍ଟା ପାଇଁ ପଶ୍ଚିମ ଓଡ଼ିଶାର ୮ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ଚେତାବନୀ ଜାରି କରାଯାଇଛି |

ଆଜି ପାଇଁ ସମ୍ବଲପୁର, ସୋନପୁର, ବରଗଡ, ବଲାଙ୍ଗୀର, ନୂଆପଡା, ବୌଦ୍ଧ, ଝାରସୁଗୁଡା, ଏବଂ କଳାହାଣ୍ଡି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ଥିବାରୁ ୟେଲୋ ୱାର୍ନିଙ୍ଗ ଜାରିକରାଯାଇଛି । ଏହି ଜିଲ୍ଲାଗୁଡିକରେ ଦିନ ୧୧ ଟାରୁ ଦିନ ୩ଟା ମଧ୍ୟରେ ଲୋକଙ୍କୁ ଘରୁ ନ ବାହାରିବାକୁ କୁହାଯାଇଛି ।