ରାଜଧାନୀରେ ଏ ବର୍ଷର ପ୍ରଥମ ଡେ଼ଙ୍ଗୁ ମୃତ୍ୟୁ ପରେ ବିଏମସିର ତତ୍ପରତା | News Room Odisha

ରାଜଧାନୀରେ ଏ ବର୍ଷର ପ୍ରଥମ ଡେ଼ଙ୍ଗୁ ମୃତ୍ୟୁ ପରେ ବିଏମସିର ତତ୍ପରତା

ଭୁବନେଶ୍ୱର – ଭୁବନେଶ୍ୱରରେ ଚଳିତବର୍ଷ ପ୍ରଥମ ଡେଙ୍ଗୁ ମୃତ୍ୟୁ ଅଭିଯୋଗ ହୋଇଛି । ମୃତକ ଜଣକ ଅବସରପ୍ରାପ୍ତ ପୋଲିସ ଅଧିକାରୀ ସୁଦର୍ଶନ ସେଠୀ ବୋଲି ସୂଚନା ମିଳିଛି । ଡେଙ୍ଗୁରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ । ଭୁବନେଶ୍ୱରରେ ନିଳାଦ୍ରୀବିହାର ଓ ଡମଣା ଅଂଚଳରେ ଦୁଇଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ ।
ଆଗକୁ ବର୍ଷା ଦିନ ଥିବାବେଳେ ଡେଙ୍ଗୁକୁ ରୋକିବାକୁ ବିଏମସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।

ଦୁଇଟି ମେଡିକାଲ ଟିମ ପଠାଇ ସମ୍ପୃକ୍ତ ଅଂଚଳରେ ସ୍ଥିତି ଅନୁଧ୍ୟାନ କରାଯାଉଛି । ସ୍ୱାସ୍ଥ୍ୟ ଟିମ ସହ ମେୟର ସୁଲୋଚନା ଦାସଙ୍କ ଗସ୍ତ ସଂପୃକ୍ତ ଅଞ୍ଚଳ ଗସ୍ତ କରିଛନ୍ତି ।

ତୁରନ୍ତ ବୁଶ କଟିଂ ଓ ମଶା ଧୂଆଁ ଛାଡିବା ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପରାମର୍ଶ ଦେଇଛନ୍ତି ମେୟର ।