ଧାନର ଏସପି ବୃଦ୍ଧି ନେଇ ଏମିତି କହିଲେ ରାଜ୍ୟ କୃଷି ମନ୍ତ୍ରୀ | News Room Odisha

ଧାନର ଏସପି ବୃଦ୍ଧି ନେଇ ଏମିତି କହିଲେ ରାଜ୍ୟ କୃଷି ମନ୍ତ୍ରୀ

ଭୁବନେଶ୍ୱର – ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରତିକ୍ରିୟା ଦେଇଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ମାତ୍ର ୧୦୦ ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏଥିରେ ଚାଷୀ ବେଶୀ ଉପକୃତ ହେବେ ନାହିଁ। ଆତ୍ମନିର୍ଭର ଭାରତ ଯୋଜନାରେ ଚାଷୀଙ୍କ ଆୟ ଦୁଇଗୁଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଯଥେଷ୍ଟ ସୁଯୋଗ ରହିଛି। ଧାନର କ୍ଵିଣ୍ଟାଲ ପିଛା ଉତ୍ପାଦନ ଖର୍ଚ୍ଚ ୨୩୪୪ ଟଙ୍କା। ସ୍ୱାମୀନାଥନ କମିଟି ସୁପାରିଶ ଆଧାରରେ ରାଜ୍ୟ ସରକାର ଏମଏସପି ୨୯୩୦ ଟଙ୍କା କରିବାକୁ ଦାବି କରିଆସୁଛନ୍ତି ରାଜ୍ୟ ସରକାର। ଏମଏସପି ବୃଦ୍ଧି ପାଇଁ ଆଗକୁ ଲଢେଇ ଜାରି ରହିବ ବୋଲି ମନ୍ତ୍ରୀ କହିଛନ୍ତି ।