ଆଫ୍ରିକାର କିଲିମାଞାର ପର୍ବତ ଶୃଗଂରେ ନାଗାର୍ଜୁନ ବେଶ ପଟଚିତ୍ର ପ୍ରଦର୍ଶନ କଲେ ପୁରୀ ପୁଅ ଚିନ୍ମୟ  | News Room Odisha

ଆଫ୍ରିକାର କିଲିମାଞାର ପର୍ବତ ଶୃଗଂରେ ନାଗାର୍ଜୁନ ବେଶ ପଟଚିତ୍ର ପ୍ରଦର୍ଶନ କଲେ ପୁରୀ ପୁଅ ଚିନ୍ମୟ 

ପୁରୀ:  ପୁରୀ ରଘୁରାଜପୁର ର ଯୁବ ପର୍ବାତାରୋହୀ ଚିନ୍ମୟ ମହାରଣା ସାଉଥ୍ ଆଫ୍ରିକା ର କିଲିମାଞାର ପର୍ବତ ଶୃଗଂ ଆରୋହଣ କରି ମହାପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜ୍ଜୁନ ବେଶର ପଟଚିତ୍ର ପ୍ରଦର୍ଶନ କରିଛନ୍ତି। ଗୁରୁବାର ଦିନ ଚିନ୍ମୟ ଏହି ଶୃଗଂ ଆରୋହଣ କରି ନାଗାର୍ଜ୍ଜୁନ ବେଶ ସହ ଜାତୀୟ ପତାକା ପ୍ରଦର୍ଶନ କରିଥିଲେ। ଏହି ଯାତ୍ରା ପାଇଁ ରାଜ୍ୟ ସରକାର,ଓ ଏମ୍ ସି ଓ ଜିଲ୍ଲା ପ୍ରଶାସନ ଚିନ୍ମୟ ଙ୍କୁ ସହଯୋଗ କରିଥିଲେ। ଚିନ୍ମୟ ଚଳିତ ମାସ ୩ ତାରିଖରେ ସାଉଥ୍ ଆଫ୍ରିକା ର କିଲିମାଞାର ଶୃଗଂ ର ୧୯,୩୪୧ ଫୁଟ ଆରୋହଣ କରିବା ଉଦ୍ଦେଶ୍ୟରେ ଯାତ୍ରା ଆରମ୍ଭ କରିଥିଲେ। ଏହି ସଫଳତା ପାଇଁ ଜିଲ୍ଲାପାଳ ସମର୍ଥ ବର୍ମା ଚିନ୍ମୟ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।