ଚାକିରିରୁ ବହିଷ୍କୃତ ହେଲେ ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା | News Room Odisha

ଚାକିରିରୁ ବହିଷ୍କୃତ ହେଲେ ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା

ଭୁବନେଶ୍ୱର – ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ମାନସୀ ଜେନାଙ୍କୁ ବହିଷ୍କାର କରିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଲାଞ୍ଚ ନେବା ମାମଲାରେ ଗିରଫ ହୋଇ ମାନସୀ ଜେନା ଏବେ ଜେଲରେ ଅଛନ୍ତି । ସେ ଗତ ମାସ ୧୨ ତାରିଖରେ ଜଣେ ସହଯୋଗୀଙ୍କ ଜରିଆରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ।