ବସ୍ ଦୁର୍ଘଟଣାରେ ୫ ଆହତ | News Room Odisha

ବସ୍ ଦୁର୍ଘଟଣାରେ ୫ ଆହତ

ଛତ୍ରପୁର: ମାଲକାନଗିରି ଜିଲ୍ଲାରୁ ରାୟଗଡ଼ା ଓ ବ୍ରହ୍ମପୁର ଦେଇ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ବସ୍ ଶନିବାର ଭୋରରେ ରମ୍ଭା ନିକଟ ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ରାସ୍ତା ମଝିରେ ଥିବା ଏକ ବାଲି ଓ ମାଟି ଗଦାକୁ ବସ୍ ଧକ୍କା ଦେଇଥିଲା। ଅଳ୍ପକେ ଓଲଟିବାରୁ ବର୍ତ୍ତି ଯାଇଥିଲେ ହେଁ ୫ ଜଣ ଯାତ୍ରୀ ଊଣାଅଧିକେ ଆହତ ହୋଇଛନ୍ତି। ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭୋର ସମୟରେ ଚାଳକ ମାଟି ଓ ବାଲି ଗଦା ସମ୍ପର୍କରେ ହଠାତ୍ ଜାଣି ନପାରି ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି।