ଭୁବନେଶ୍ୱର ରେଳ ଷ୍ଟେସନରୁ ଗଞ୍ଜେଇ ଜବତ | News Room Odisha

ଭୁବନେଶ୍ୱର ରେଳ ଷ୍ଟେସନରୁ ଗଞ୍ଜେଇ ଜବତ

ଭୁବନେଶ୍ୱର – ଭୁବନେଶ୍ୱର ରେଳ ଷ୍ଟେସନରୁ ଗଞ୍ଜେଇ ଜବତ ହୋଇଛି । ୨୦ କେଜି ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି । ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି ଆରପିଏଫ କ୍ରାଇମବ୍ରାଞ୍ଚ ।

ଜବତ ଗଞ୍ଜେଇର ଅନୁମାନିକ ମୁଲ୍ୟ ଏକ ଲକ୍ଷ ଟଙ୍କା ହେବ । ଟ୍ରାଭେଲ ବ୍ୟାଗରେ ଖୋର୍ଦ୍ଧାରୁ ହରିଦ୍ବାର ଚାଲାଣ ହେଉଥିଲା ଗଞ୍ଜେଇ । କଳିଙ୍ଗ ଉତ୍କଳ ଏକ୍ସପ୍ରେସରେ ଯାଉଥିଲା ଗଞ୍ଜେଇ ବେପାରୀ ।