ଭିଜିଲାନ୍ସ ଜାଲରେ ଆସିକା ବ୍ଲକ୍ ଶିକ୍ଷାଧିକାରୀ କାର୍ଯ୍ୟାଳୟର କନିଷ୍ଠ କିରାଣୀ | News Room Odisha

ଭିଜିଲାନ୍ସ ଜାଲରେ ଆସିକା ବ୍ଲକ୍ ଶିକ୍ଷାଧିକାରୀ କାର୍ଯ୍ୟାଳୟର କନିଷ୍ଠ କିରାଣୀ

ବ୍ରହ୍ମପୁର: ଲାଞ୍ଚ ନେଇ ଧରାପଡ଼ିଛନ୍ତି ଆସିକା ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣୀ । ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣୀ ମନୋଜ କୁମାର ପ୍ରଧାନଙ୍କୁ ଧରିଛି ଭିଜିଲାନ୍ସ ।

ସୂଚନା ଅନୁସାରେ ଆସିକା ବ୍ଲକର ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଏମ୍ଏସିପି ପ୍ରାପ୍ୟ ପାଇଁ ବିଭାଗୀୟ କନିଷ୍ଠ କିରାଣୀ ମନୋଜ କୁମାର ପ୍ରଧାନଙ୍କୁ ଭେଟି ଦରଖାସ୍ତ ଦେଇଥିଲେ। ହେଲେ ଏଥିପାଇଁ ତାଙ୍କ ଠାରୁ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ କିରାଣୀ ପ୍ରଧାନ। ଏ ନେଇ ଅବସରପ୍ରାପ୍ତ ଶିକ୍ଷକ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ରବିବାର ଅପରାହ୍ନରେ କନିଷ୍ଠ କିରାଣୀ ମନୋଜକୁମାର ପ୍ରଧାନ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ୫ହଜାର ଟଙ୍କା ନେଉଥିବା ବେଳେ ଛପି ରହିଥିବା ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଅଧିକାରୀ ତାଙ୍କୁ ଧରିଥିଲେ। ଏନେଇ ଭିଜିଲାନ୍ସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ପ୍ରଧାନଙ୍କ ଆସିକା ବାଣୀବିହାର ସ୍ଥିତ ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଛାନଭିନ୍ କରିଛି ।