ଅଣସର ଘରେ ଶ୍ରୀଜିଉ, ବ୍ର‌ହ୍ମଗିରିରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି ଭକ୍ତ | News Room Odisha

ଅଣସର ଘରେ ଶ୍ରୀଜିଉ, ବ୍ର‌ହ୍ମଗିରିରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି ଭକ୍ତ

ବ୍ରହ୍ମଗିରି – ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀଜୀଉ ୧୦୮ ଗରା ଜଳରେ ସ୍ନାନ କରିବା ପରେ ଜ୍ବରରେ ପଡି ଅଣସର ପିଣ୍ଡିକୁ ବିଜେ କରିଛନ୍ତି । ସେପଟେ ଆଜି ଅଣସରର ପ୍ରଥମ ଦିନରେ ପ୍ରଭୁ ଅଲାରନାଥଙ୍କ ମଙ୍ଗଳ ଆଳତୀ ସମ୍ପନ୍ନ ହୋଇଛି । ଭୋର ୪ଟାରେ ପ୍ରଥମେ ଦ୍ବାର ଫିଟା ଯାଇ ଅଲାରନାଥଙ୍କ ମଙ୍ଗଳ ଆଳତୀ ନୀତି କରାଯାଇଛି । କୋଭିଡ କଟକଣା ହେତୁ ଦୁଇ ବର୍ଷ ଧରି ଅଣସର ଦର୍ଶନରୁ ବଞ୍ଚିତ ଥିଲେ ଭକ୍ତ । ତେଣୁ ଆଜି ଚଳିତ ବର୍ଷର ପ୍ରଥମ ଅଣସର ଦିନର ମଙ୍ଗଳ ଆଳତୀ ଦର୍ଶନ ପାଇଁ ଭକ୍ତଙ୍କ ସମାଗମ ହୋଇଥିଲା । ଚତୁର୍ଦ୍ଧାମୂର୍ତ୍ତି ରୂପରେ ଜଗନ୍ନାଥଙ୍କ ଅନ୍ୟ ଏକ ରୂପ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରି ଭକ୍ତମାନେ ଆତ୍ମତୃପ୍ତି ଲାଭ କରିଛନ୍ତି ।