ପାଣିପାଗ ବିଭାଗର ନୂଆ ଆକଳନ: ମୌସୁମୀ ଆସିବାକୁ ଆହୁରି ୨ ରୁ ୩ ଦିନ | News Room Odisha

ପାଣିପାଗ ବିଭାଗର ନୂଆ ଆକଳନ: ମୌସୁମୀ ଆସିବାକୁ ଆହୁରି ୨ ରୁ ୩ ଦିନ

ଭୁବନେଶ୍ବର – ଓଡ଼ିଶାକୁ କେବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଛୁଇଁବ ତାହା ବର୍ତ୍ତମାନ ସଠିକ ଆକଳନ କରି ହେଉନାହିଁ । ୩ ଦିନ ତଳେ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଥିଲା ଯେ ଜୁନ ୧୫ ସୁଦ୍ଧା ମୌସୁମୀ ଓଡ଼ିଶା ସ୍ପର୍ଶ କରିପାରେ। କିନ୍ତୁ ମଙ୍ଗଳବାର ସନ୍ଧ୍ୟା ବୁଲେଟିନରେ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ମୌସୁମୀ ଆସିବାକୁ ଆହୁରି ୨ ରୁ ୩ ଦିନ ସମୟ ଲାଗିପାରେ। ଚାଷ କାର୍ଯ୍ୟ ପାଇଁ ବର୍ଷାକୁ ଚାହିଁ ବସିଥିବା ଚାଷୀ ବିଭାଗର ଆକଳନରେ ବ୍ୟତିବ୍ୟସ୍ତ ହୋଇପଡୁଥିବା ବେଳେ ମୌସୁମୀ ଆସିବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଥିବା ପାଣିପାଗ କେନ୍ଦ୍ର ବୁଲେଟିନରେ ସ୍ପଷ୍ଟ କରିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ଉତ୍ତର ଆରବ ସାଗର, ଗୁଜରାଟ, ଦକ୍ଷିଣ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ସମ୍ପୂର୍ଣ୍ଣ ଅଞ୍ଚଳ, ତାମିଲନାଡୁ, କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଗାଙ୍ଗେୟ ପଶ୍ଚିମବଙ୍ଗ, ବିହାର ଏବଂ ଝାଡ଼ଖଣ୍ଡର କିଛି ଅଂଶକୁ ଛୁଇଁବାର ସମ୍ଭାବନା ରହିଛି।