ଗଞ୍ଜାମ: ବାଣ ବିସ୍ଫୋରଣରେ ୭ ଆହତ | News Room Odisha

ଗଞ୍ଜାମ: ବାଣ ବିସ୍ଫୋରଣରେ ୭ ଆହତ

ଛତ୍ରପୁର: ଗଞ୍ଜାମ ଜିଲ୍ଲା କୋଦଳା ନିକଟ ବେରୁଆଁବାଡ଼ି ଗାଁରେ ବୁଧବାର ମଧ୍ୟାହ୍ନରେ ଅଘଟଣ ଘଟିଛି। ଘରେ ଲୁଚାଇ ରଖାଯାଇଥିବା ବାଣ ବିସ୍ଫୋରଣ ଘଟି ଗୋଟିଏ ପରିବାରର ବାପା ପୁଅ ସମେତ ୭ ଜଣ ଆହତ ହୋଇଛନ୍ତି। ଘରେ ଥିବା ବିସ୍ଫୋରକ କୋୖଣସି କାରଣରୁ ଫୁଟି ସେହି ଘରେ ଥିବା ୫ ଜଣ ଆହତ ହୋଇଥିବା ବେଳେ ବିସ୍ଫୋରଣରେ ଘର କାନ୍ଥ ପଡ଼ି ପଡ଼ିଶା ଘରର ବାପା ପୁଅ ମଧ୍ୟ ଆହତ ହୋଇଛନ୍ତି। କାନ୍ଥ ପଡ଼ି ପଡ଼ିଶା ଘରର ବାପା କାହ୍ନୁ ବେହେରା, ପୁଅ କୈଳାସ ବେହେରା ଆହତ ହୋଇଛନ୍ତି। ଅନ୍ୟ ଆହତମାନେ ହେଲେ ବିଷ୍ଣୁ ବେହେରା, ତ୍ରିପୁରା ବେହେରା, ଶ୍ରୀହରି ବେହେରା, ବଳରାମ ବେହେରା ଓ ମିଥୁନ ବେହେରା। ସେଥିମଧ୍ୟରୁ ୩ ଜଣ ଗୁରୁତର ବ୍ୟକ୍ତିଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରଥମେ କୋୖଣସି ଗ୍ୟାସ୍ ସିଲିଣ୍ଡର୍ ଫାଟି ଏଭଳି ଅଘଟଣ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ପରେ ବାଣ ବିସ୍ଫୋରଣରେ ଏଭଳି ଘଟିଥିବା ଜଣା ପଡ଼ିଥିଲା।