ଫିଫା ଅଣ୍ଡର ୧୭ ମହିଳା ବିଶ୍ଵକପ ମ୍ୟାଚ କଳିଙ୍ଗରେ ହେଉଥିବାରୁ ଖୁସି ଜାହିର କଲେ ମୁଖ୍ୟମନ୍ତ୍ରୀ | News Room Odisha

ଫିଫା ଅଣ୍ଡର ୧୭ ମହିଳା ବିଶ୍ଵକପ ମ୍ୟାଚ କଳିଙ୍ଗରେ ହେଉଥିବାରୁ ଖୁସି ଜାହିର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର -ଆସନ୍ତା ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ଵକପ ଫୁଟବଲର ଅନ୍ୟତମ ଭେନ୍ୟୁ ଭାବେ ମନୋନୀତ ହୋଇଥିବା ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ଦଳର ମ୍ୟାଚ ଖେଳାଯିବ । କଳିଙ୍ଗରେ ବିଶ୍ୱକପ ମ୍ୟାଚ ଖେଳାଯାଉଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ଜାହିର କରିଛନ୍ତି । ଆଉ ଏକ ବିଶ୍ବସ୍ତରୀୟ କ୍ରୀଡା ପ୍ରତିଯୋଗିତା ପାଇଁ ବିଶ୍ୱର କ୍ରୀଡ଼ାପ୍ରେମୀଙ୍କୁ ସ୍ୱାଗତ କରିବାକୁ କଳିଙ୍ଗ ଷ୍ଟାଡିୟମ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ କରିବା ସହ ଷ୍ଟାଡିୟମର ଫଟୋ ପୋଷ୍ଟ କରିଛନ୍ତି ।