ରାଷ୍ଟ୍ରପତି ନିର୍ବାଚନ : ସହମତି ଭିତ୍ତିରେ ପ୍ରାର୍ଥୀ ଚୟନ ପ୍ରସଙ୍ଗରେ ନବୀନଙ୍କ ସହ କଥାହେଲେ ରାଜନାଥ | News Room Odisha

ରାଷ୍ଟ୍ରପତି ନିର୍ବାଚନ : ସହମତି ଭିତ୍ତିରେ ପ୍ରାର୍ଥୀ ଚୟନ ପ୍ରସଙ୍ଗରେ ନବୀନଙ୍କ ସହ କଥାହେଲେ ରାଜନାଥ

ନୂଆଦିଲ୍ଲୀ -ଆସନ୍ତା ମାସର ରାଷ୍ଟ୍ରପତି ନିର୍ବାଚ‌ନର ପାଇଁ ସହମତି ଭିତ୍ତି‌ରେ ପ୍ରାର୍ଥୀ ଚୟନ ଲାଗି ଶାସକ ଏନ୍‌ଡିଏ ଉଦ୍ୟମ ଆରମ୍ଭ କରିଛି । ଏଥିପାଇଁ ବିଜେପିର ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିିଭିନ୍ନ ବିରୋଧୀ ଦଳର ନେତାମାନଙ୍କ ସହିତ ଆଲୋଚନା କରିଛନ୍ତି। ବିଜେଡି ସୁପ୍ରିମୋ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କଥାବାର୍ତ୍ତା କରିଛନ୍ତି ରାଜନାଥ ।

ଏହାସହିତ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କଂଗ୍ରେସ ନେତା ମଲିକାର୍ଜୁନ ଖଡ଼ଗେ ଏବଂ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ସହ ମଧ୍ୟ କଥା ହୋଇଥିବା ଜଣାପଡ଼ିଛି। ପ୍ରାର୍ଥୀଙ୍କ ନାଁ ବର୍ତ୍ତମାନ ସୁଦ୍ଧା ଘୋଷଣା ହୋଇନଥିଲେ ମଧ୍ୟ ସରକାର ଏନେଇ ବିରୋଧୀ ଦଳ ନେତାମାନଙ୍କ ସହ ସହମତିରେ ପହଞ୍ଚିବାକୁ ଚେଷ୍ଟା ଚଳାଇଛନ୍ତି। ଆଗାମୀ ଦିନରେ ସେ ସୋନିଆ ଗାନ୍ଧି ଏବଂ ଶରଦ ପାୱାରଙ୍କ ବାସଭବନକୁ ଯାଇ ସେମାନଙ୍କ ସହିତ ଆଲୋଚନା କରିବେ ବୋଲି ଜଣାପଡ଼ିଛି।