ଆଜିଠୁ ୪ ମାସ ଶିମିଳିପାଳ ବନ୍ଦ | News Room Odisha

ଆଜିଠୁ ୪ ମାସ ଶିମିଳିପାଳ ବନ୍ଦ

ବାରିପଦା – ପର୍ଯ୍ୟଟକଙ୍କ ପାଇଁ ଆଜି ଠାରୁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ । ବର୍ଷା ଋତୁ ଆସୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ବନ୍ଦ ରହିବ ଶିମିଳିପାଳ । ଉତ୍ତର ଶିମିଳିପାଳ ବନାଞ୍ଚଳ ବନଖଣ୍ଡ ଅଧିକାରୀଙ୍କ ପକ୍ଷରୁ ମିଳିଥିବି ସୂଚନା ଅନୁସାରେ ଆଜି ଠାରୁ ୪ ମାସ ପାଇଁ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ପୁଣି ନଭେମ୍ବରରେ ଖୋଲିବ ଶିମିଳିପାଳ ଅଭୟାରଣ୍ୟ ।