ଦିବ୍ୟଜ୍ୟୋତି ପରିଡ଼ା ହେଲେ ଗଞ୍ଜାମ ଜିଲ୍ଲାପାଳ | News Room Odisha

ଦିବ୍ୟଜ୍ୟୋତି ପରିଡ଼ା ହେଲେ ଗଞ୍ଜାମ ଜିଲ୍ଲାପାଳ

ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ଗୁରୁତ୍ୱପୂର୍ଣ୍ଣ ଗଞ୍ଜାମ ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର ।

ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଦିବ୍ୟଜ୍ୟୋତି, ବର୍ତ୍ତମାନ ଗଞ୍ଜାମ ଜିଲ୍ଲପାଳ ବିଜୟ ଅମୃତା କୁଲଙ୍ଗେଙ୍କ ସ୍ଥାନ ନେବେ ।

ଜଣେ ଯୁବ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଭାବେ ଦିବ୍ୟଜ୍ୟୋତିଙ୍କ ବେଶ୍ ସୁନାମ ରହିଛି।