ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ | News Room Odisha

ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ମନ୍ତ୍ରୀ ପରିଷଦର ବୈଠକ ବସିବ । ଅପରାହ୍ନ ୫ଟା ୩୦ ମିନିଟରେ ବସିବ ବୈଠକ । ନୂଆ ମନ୍ତ୍ରିମଣ୍ଡଳ ଗଠନ ହେବା ପରେ ପ୍ରଥମ ଥର ପାଇଁ ବୈଠକ ବସୁଛି । ଏଥିରେ ୨୦୨୨-୨୩ ଲାଗି ଆଗତ ହେବାକୁ ଥିବା ପୂର୍ଣ୍ଣାଙ୍ଗ ବଜେଟ୍ ଅନୁମୋଦନ ହେବା ସମ୍ଭାବନା ରହିଛି । ବୈଠକରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ । ସବୁ କ୍ୟାବିନେଟ ମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ ( ସ୍ୱାଧୀନ ଦାୟିତ୍ଵ ) ଓ ରାଷ୍ଟ୍ରମନ୍ତ୍ରୀ ଆଜିର ବୈଠକରେ ଯୋଗ ଦେବେ ।