ଦନ୍ତାକୁ ଗୁଳି ଘଟଣା : ୩ ଜଣଙ୍କୁ ଅଟକ ରଖି ପଚରାଉଚରା | News Room Odisha

ଦନ୍ତାକୁ ଗୁଳି ଘଟଣା : ୩ ଜଣଙ୍କୁ ଅଟକ ରଖି ପଚରାଉଚରା

କଟକ – ଗୁଳିବିଦ୍ଧ ଦନ୍ତାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟଣା ପରେ ତତ୍ପର ହୋଇଛି ବନବିଭାଗ । ଏହି ଘଟଣାରେ ବନବିଭାଗ ପକ୍ଷରୁ ଗଠନ କରାଯାଇଥିବା ସ୍ବତନ୍ତ୍ର ଟିମ୍
୩ ଜଣଙ୍କୁ ଅଟକ ରଖି ଜେରା କରୁଛି । ଅଟକ ତିନି ବ୍ୟକ୍ତି ପୂର୍ବରୁ ମଧ୍ୟ ଶୀକାର କରିଥିବା ଜେରା ସମୟରେ ଜଣା ପଡ଼ିଛି । ଦନ୍ତାର ଦାନ୍ତ ନେବା ପାଇଁ ଗୁଳି କରାଯାଇଥିବା ଜେରା ବେଳେ ସ୍ପଷ୍ଟ ହୋଇଛି । ଦେଶୀ ବନ୍ଧୁକରେ ଦନ୍ତାକୁ ଗୁଳି କରାଯାଇଥିବା ଜଣାପଡ଼ିଛି । ଆଠଗଡ଼ ଏସିଏଫ ଘନଶ୍ୟାମ ମୁଦୁଲି ଏହି ସୂଚନା ଦିଆଯାଇଛି ।