ଦାରିଙ୍ଗବାଡ଼ି: ଗାଡ଼ି ଓଲଟି ୫୦ରୁ ଊର୍ଦ୍ଧ୍ବ ଆହତ, ୧୦ରୁ ଅଧିକ ଗୁରୁତର | News Room Odisha

ଦାରିଙ୍ଗବାଡ଼ି: ଗାଡ଼ି ଓଲଟି ୫୦ରୁ ଊର୍ଦ୍ଧ୍ବ ଆହତ, ୧୦ରୁ ଅଧିକ ଗୁରୁତର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଠାରେ ଶନିବାର ମଧ୍ୟାହ୍ନରେ ଏକ ଗାଡ଼ି ଓଲଟି ୫୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୧୦ରୁ ଅଧିକ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏମାନେ ସମସ୍ତେ କନ୍ୟାଯାତ୍ରୀ ଅଟନ୍ତି। ଏମାନେ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଗଦାପୁରରୁ କନ୍ୟାକୁ ଛାଡ଼ିବା ସହ ଭୋଜିରେ ଯୋଗଦେବାକୁ ଦାରିଙ୍ଗବାଡି ଥାନା ଅଧୀନ ପାଙ୍ଗାଲି ଗାଁକୁ ଆସୁଥିଲେ। ହେଲେ ପାଙ୍ଗାଲି ଘାଟିର ଏକ ମୋଡରେ ଚାଳକ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଗାଡ଼ିଟି ରାସ୍ତାପାର୍ଶ୍ବକୁ ଓଲଟି ଯାଇଥିବା ବେଳେ ଭ୍ୟାନ୍‌ରେ ଥିବା ସଂଖ୍ୟାଧିକ କନ୍ୟାଯାତ୍ରୀ ଏଣେତେଣେ ଛିଟିକି ପଡ଼ିଥିଲେ। ଗାଡ଼ିରେ ପ୍ରାୟ ୮୦ ଜଣ ଲୋକ ଥିବା କୁହାଯାଉଛି ଓ ସେହି କାରଣରୁ ଗାଡ଼ିଟି ଘାଟି ମୋଡ଼ରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାଯାଇଛି। ପ୍ରାୟ ୫୦ ଜଣ ଆହତଙ୍କୁ ଦାରିଙ୍ଗବାଡ଼ି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି। ୧୦ ଜଣଙ୍କୁ ବ୍ରହ୍ମପୁର ଏମ୍‌କେସିଜି ସ୍ଥାନାନ୍ତର କରାଯାଉଛି।