ଦାଦନ ଖଟିବାକୁ ଗଲେ, ଶବ ହୋଇ ଫେରିଲେ | News Room Odisha

ଦାଦନ ଖଟିବାକୁ ଗଲେ, ଶବ ହୋଇ ଫେରିଲେ

ବୌଦ୍ଧ ୧୯।୦୬: ପେଟ ପାଇଁ ଦାଦନ ଖଟିବାକୁ ଗଲେ, ଶବ ହୋଇ ଫେରିଲେ। ଦାଦନ ଖଟିବାକୁ ଯାଇ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଯୁବକ ମୃତଦେହ ଆଜି ଗାଁରେ ପହଞ୍ଚିଛି।

ଖବର ଅନୁଯାୟୀ, ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଜିରାଡ଼ ଗାଁର ଅନଙ୍ଗ ପ୍ରଧାନ, ବଘୁଆକଟା ଗାଁର ଜୟ ଭୋକ୍ତା ଓ ବୌଦ୍ଧ ଥାନା ବରଝୁଲି ଗାଁର ସାନନ୍ଦ ଭୋଇ ତାମିଲନାଡୁର ତାମ୍ବରମ ଅଞ୍ଚଳର ଏକ ଘରୋଇ ମାର୍ବଲ କମ୍ପାନୀରେ ରହି ଶ୍ରମିକ ଭାବେ କାମ କରୁଥିଲେ । ଏକ ମିନି ଟ୍ରକରେ କୌଣସି ଏକ ସ୍ଥାନକୁ ମାର୍ବଲ ନେଇ ଯାଉଥିବା ସମୟରେ ଦୁର୍ଘଟଣା ଅନଙ୍ଗ ପ୍ରଧାନ ଏବଂ ଜୟ ଭୋକ୍ତାଙ୍କ ମୃତ୍ୟୁ ହୋଇଥିଲା । ଘଟଣା ଜଣାପଡିବା ପରେ କମ୍ପାନୀ ପକ୍ଷରୁ ପରିବାର ଲୋକଙ୍କୁ ଯୋଗାଯୋଗ କରି ଉଭୟଙ୍କ ମୃତଦେହ ଏକ ଆମ୍ବୁଲାନ୍ସ ଯୋଗେ ଓଡିଶା ପଠାଇଥିଲେ। ଆଜି ଜିରାଡ଼ ଗାଁରେ ଅନଙ୍ଗଙ୍କ ମୃତଦେହ ପହଂଚିବା ପରେ ତାଙ୍କ ଶେଷକୃତ୍ୟ କରାଯାଇଥିଲା ।