ରୋମରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ | News Room Odisha

ରୋମରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ବିଦେଶ ଗସ୍ତରେ ଇଟାଲୀର ରୋମ୍‌ରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଇଟାଲୀରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ନିନା ମାଲହୋତ୍ରାଙ୍କ ସହ ସାକ୍ଷାତ କରିଛନ୍ତି । ଜୁନ୍ ୨୯ରେ ଦୁବାଇରେ ନିବେଶକଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ।

୨୯ ତାରିଖ ମଧ୍ୟାହ୍ନ ୧୨ଟାରେ ଏକ ବୈଠକରେ ମଧ୍ୟପ୍ରାଚ୍ୟ ଦେଶସମୂହ ବା MENA ଶିଳ୍ପପତିଙ୍କୁ ଭେଟିବେ ନବୀନ । ଶିଳ୍ପପତିଙ୍କୁ ଭେଟି ଓଡ଼ିଶାରେ ନିବେଶ ପାଇଁ ପ୍ରବର୍ତ୍ତାଇବେ ମୁଖ୍ୟମନ୍ତ୍ରୀ ।