ଯୋଗାଣ ବିଭାଗ ସିଏସଓଙ୍କ ବିପୁଳ ସଂପତ୍ତି ଠାବ | News Room Odisha

ଯୋଗାଣ ବିଭାଗ ସିଏସଓଙ୍କ ବିପୁଳ ସଂପତ୍ତି ଠାବ

ଭୁବନେଶ୍ୱର – ଯୋଗାଣ ବିଭାଗ ମୁଖ୍ୟାଳୟର ସିଏସଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ବିପୁଳ ସଂପତ୍ତି ଠାବ ହୋଇଛି । ସିଏସଓ ଅନାଦି ଚରଣ ସେଠୀଙ୍କ ୨.୫ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ୨ଟି କୋଠା, ଗୋଟିଏ ମାର୍କେଟ କଂପ୍ଲେକ୍ସ, ୬ଟି ପ୍ଲଟ ଠାବ କରିଛି ଭିଜିଲାନ୍ସ ଟିମ୍ । ୧୭ ଲକ୍ଷ ୭୫ ହଜାର ବ୍ୟାଙ୍କ ଡିପୋଜିଟ, ୧୬ ଲକ୍ଷ ୪୨ ହଜାର ଟଙ୍କାର ସୁନା ଓ ରୁପା ଅଳଙ୍କାର ଜବତ କରାଯାଇଛି । ସିଏଓ୍‌ଓଙ୍କ ସମ୍ପତ୍ତି ବଢ଼ିବା ନେଇ ଭିଜିଲାନ୍ସ ଆକଳନ କରିଛି । ଚଢ଼ାଉରେ ସାମିଲ ଥିଲେ ୪ଜଣ ଡିଏସ୍‌ପି ଓ ୮ ଜଣ ଇନ୍‌ସପେକ୍ଟର । ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ ।