ରଥ ନିର୍ମାଣର ଇତିବୃତ୍ତି: ଆଜି ଜାଣିବା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସମ୍ପର୍କରେ | News Room Odisha

ରଥ ନିର୍ମାଣର ଇତିବୃତ୍ତି: ଆଜି ଜାଣିବା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସମ୍ପର୍କରେ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥର ନାମ ହେଉଛି ନନ୍ଦିଘୋଷ। ଏହି ରଥକୁ ମଧ୍ୟ ଚକ୍ରଧ୍ୱଜ ବା ଗରୁଡ ଧ୍ୱଜ ନାମରେ ଶାସ୍ତ୍ରରେ କୁହାଯାଇଛି।

ରଥର ଉଚ୍ଚତା- ୪୫ ଫୁଟ୍ ୬ ଇଂଚ
ରଥାଧୀପ ହେଉଛନ୍ତି – ବୈନତେୟ
ରଥର ରକ୍ଷକ – ସ୍ୱୟଂ ଇନ୍ଦ୍ର
ରଥରେ ବ୍ୟବହୃତ କାଠର ସଂଖ୍ୟା ସମୁଦାୟ- ୭୪୨ ଖଣ୍ଡ
ରଥ ଚକର ସଂଖ୍ୟା-ଷୋଡଶ ସିଦ୍ଧି ଅନୁପାତରେ ୧୬ ଚକ।
ରଥ ଚକମାନଙ୍କର ନାମ-ବିଷ୍ଣୁସିଦ୍ଧ, ବିଭୂତି, ଅଣିମା, ପ୍ରଜ୍ଞା, ଧି, ଜ୍ଞାନ, ପ୍ରେମ, ଆଶକ୍ତ, ରତି କେଳି, ସତ୍ୟ ସୁଷ୍ୱସ୍ତି, ଜାଗୃତି, ତୁରୀୟ, ଆମ, ନିର୍ବାଣ।

ରଥ ଧ୍ୱଜାରେ ବିରାଜମାନ କରିଥାନ୍ତି – ହନୁମାନ
ରଥର ଆବାରଣ-ପୀତ ଓ ଲୋହିତ (ହଳଦିଆ ଓ ନାଲି କନା)
ରଥର ଆୟୁଧ-ଶଂଖ ଓ ଚକ୍ର
ରଥର ଅଶ୍ୱ ସଂଖ୍ୟା- ୪( ଏମାନଙ୍କ ବର୍ଣ୍ଣ ଶୁକ୍ଳ ବା ଧଳା)
ରଥରେ ଥିବା ଅଶ୍ୱ ମାନଙ୍କ ନାମ ହେଉଛି ଶଂଖ, ବଳାହକ, ଶ୍ୱେତ, ହରିଦ୍ୱାଶ।
ରଥର ସାରଥି ହେଉଛନ୍ତି -ଦାରୁକ
ରଥାଧିଶ୍ୱର- ଶ୍ରୀ ଜଗନ୍ନାଥ ଓ ଶ୍ରୀ ମଦନମୋହନ
ଚାରଣ – ନଳ ଓ କୁବେର
ରଥ ମୁର୍ଦ୍ଧାରେ ରହିଛନ୍ତି – ଗରୁଡ
ରଥ ପୀଠର ନାମ ହେଉଛି – କନକ ମଂଚା
ରଥ ଋଷି ପଟାରେ ବିରାଜମାନ କରିଥାନ୍ତି -ନାରଦ, ଦେବଳ, ବ୍ୟାସ, ଶୁକ ଦେବ, ପରାଶର, ବଶିଷ୍ଠ, ବିଶ୍ୱାମିତ୍ର ଓ ରୁଦ୍ର।
ରଥ ଦେବତା – ସ୍ୱୟଂ ନୃସିଂହ
ରଥ କୁମ୍ଭବ- ହିରଣ୍ମୟ
ରଥର ଦ୍ୱାରପାଳ ହେଉଛନ୍ତି -ଜୟ ଓ ବିଜୟ
ରଥରେ ବ୍ୟବହୃତ ଚନ୍ଦ୍ରତାପର ନାମ- କନକ ମୁଣ୍ଡାଇ
ରଥପାଳ – ଭୈରବ, ନରସିଂହ
ରଥାଧିଦୈଇଚ୍ଛ- ଶିବ ଓ ବିରଂଚି
ରଥାଦ୍ଧାର- ଭୈରବୀ
ରଥ ଅପସରା- ପୁଲୋମୋଚା, ଉର୍ବଶୀ
ଏହି ରଥର ଦଧି ନଉତି ନାମ ହେଉଛି- ହରିଣ୍ୟଗର୍ଭ।
ରଥ ଶୁକ ଯୁଗଳର ନାମ- ଜୀବ ଓ ପରମ
ଦଧିନଉତି ଉପରିସ୍ଥ କଳସ ତ୍ରୟର ନାମ- ନଭ, ଆକାଶ ଓ ବ୍ୟୋମ
କଳସ ଉପରେ ଥିବା ଶୂନ୍ୟ ଚକ୍ରର ନାମ- ସୁଦର୍ଶନ
ନେତର ନାମ- ତ୍ରୈଲୋକ୍ୟ ମୋହିନୀ
ରଥକାର- ବିଶ୍ୱକର୍ମା
ରଥ ରତ୍ନ- ସ୍ପଙ୍କିକ
ରଥଦ୍ଧାର ଭୈରବୀ ଓ ରକ୍ଷକ- ଇନ୍ଦ୍ର ଓ ଇନ୍ଦ୍ରାଣୀ
ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯେ, ନନ୍ଦିଘାଷ ରଥ ଦର୍ଶନରେ ସାଯୁର୍ଯ୍ୟ ମୁକ୍ତି ମିଳେ ।

ତେଣୁ ଭକ୍ତବୃନ୍ଦ ଚର୍ମ ନେତ୍ରରେ ଏହି ପାବନ ରଥକୁ ଦର୍ଶନ ତଥା ସ୍ପର୍ଶ କରି ନିଜର ମାନବ ଜୀବନକୁ ସାର୍ଥକ କରିଥାନ୍ତି।