ଭିଜିଲାନ୍ସ ଜାଲରେ ଆଣ୍ଟି ସ୍ମଗଲି‍ଂ ଗାର୍ଡ, ୫ଟି ସ୍ଥାନରେ ଚଢାଉ | News Room Odisha

ଭିଜିଲାନ୍ସ ଜାଲରେ ଆଣ୍ଟି ସ୍ମଗଲି‍ଂ ଗାର୍ଡ, ୫ଟି ସ୍ଥାନରେ ଚଢାଉ

ଜଳେଶ୍ୱର – ଭିଜିଲାନ୍ସ ପଞ୍ଝାରେ ଆଣ୍ଟି ସ୍ମଗଲିଙ୍ଗ ଗାର୍ଡ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳେ ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ଜଳେଶ୍ୱରସ୍ଥିତ ଏଫସିଆଇର ଆଣ୍ଟି ସ୍ମଗଲିଙ୍ଗ ଗାର୍ଡ ଜନାର୍ଦ୍ଦନ ପଲେଇଙ୍କ ଘରେ ଚଢ଼ାଉ ହୋଇଛି।ଜନାର୍ଦ୍ଦନଙ୍କ ଜଳେଶ୍ୱର ସ୍ଥିତ ବାସଭବନ, ନୂଆବଜାର କାର୍ଯ୍ୟାଳୟ, ନୂଆବଜାର ଚନ୍ଦନ ଢାବା, ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ ପୈତୃକ ବାସଭବନ ଓ ସମ୍ପର୍କୀୟଙ୍କ ଘର ସମେତ ୫ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଚଢ଼ାଉରେ ୪ ଡିଏସ୍‌ପି, ୫ ଇନ୍ସପେକ୍ଟର ସାମିଲ ହୋଇଛନ୍ତି।