ଶ୍ରୀମନ୍ଦିର କଳାହାଟ ଦ୍ଵାରର ରୂପା ଛାଉଁଣୀ ପାଇଁ ଆସିଲା ୫ ଶହ କେଜି ରୂପା ଚାଦର | News Room Odisha

ଶ୍ରୀମନ୍ଦିର କଳାହାଟ ଦ୍ଵାରର ରୂପା ଛାଉଁଣୀ ପାଇଁ ଆସିଲା ୫ ଶହ କେଜି ରୂପା ଚାଦର

ପୁରୀ – ଶ୍ରୀମନ୍ଦିରର କଳାହାଟ ଦ୍ୱାରର ରୁପା ଛାଉଁଣି ପାଇଁ ଆଜି ୫ଶହ କେଜି ରୂପା ଚାଦର କଡ଼ା ସୁରକ୍ଷା ବଳୟରେ ଅଣାଯାଇ ନିଳାଦ୍ରୀ ଭକ୍ତନିବାସରେ ରଖାଯାଇଛି। ରଥଯାତ୍ରା ସମୟରେ ମହାପ୍ରଭୁମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଯିବେ। ଏହି ସମୟରେ କଳାହାଟ ଦ୍ୱାର ରୂପା ଛାଉଣି କାମ ସାରିବାକୁ ଲକ୍ଷ୍ୟ ରଖିଛି ପ୍ରଶାସନ।

ଶ୍ରୀମନ୍ଦିରର ୮ଟି ଦ୍ୱାର ରୁପାଛାଉଣି କରୁଛି ପ୍ରଶାସନ। ଗତବର୍ଷ ନଭେମ୍ବର ୨୬ ତାରିଖରୁ କଳାହାଟ ଦ୍ୱାର ରୂପା ଛାଉଣି ପାଇଁ ମହଜୁଦ ଥିବା ସମସ୍ତ ୫ଶହ କେଜି ରୂପା ଚାଦରକୁ ଜିଲ୍ଲା କୋଷାଗାରରୁ ନିଳାଦ୍ରୀ ଭକ୍ତନିବାସକୁ ସ୍ଥାନାନ୍ତର କରାଯାଇଛି।

ଶ୍ରୀମନ୍ଦିରର ସାତଟି ଦ୍ୱାରର ରୂପା ଛାଉଣି କାମ ସରିଛି। ବେହରଣ ଦ୍ୱାର, ଜୟବିଜୟ ଦ୍ୱାର, ସାତପାହାଚ ଦ୍ୱାର, ଭୋଗମଣ୍ଡପ ଦ୍ୱାର, ଲକ୍ଷ୍ମୀ ମନ୍ଦିର, ଆଦିନୃସିଂହ ମନ୍ଦିର ଓ ବିମଳା ମନ୍ଦିର। କେବଳ ବାକି ରହିଛି କଳାହାଟ ଦ୍ୱାରର ରୂପା ଛାଉଣି କାମ।